ସେପ୍ଟେମ୍ବର ୨ରେ ଇସ୍ରୋର ସୌର ମିଶନ, ଜାଣନ୍ତୁ ଏହା କେମିତି କରିବ କାମ

ନୂଆଦିଲ୍ଲୀ,୨୯/୦୮: ସେପ୍ଟେମ୍ବର ୨ରେ ଇସ୍ରୋର ସୌର ମିଶନ । ଇସ୍ରୋର ଆଦିତ୍ୟ ଏଲ-୧ ପାଖରେ ସୂର୍ଯ୍ୟଙ୍କ ଉପରେ ତଥ୍ୟ ସଂଗ୍ରହ କରିବାକୁ ୭ଟି ପେଲୋଡ୍ସ ଲାଗିଛି । ଏହା ମଧ୍ୟରେ ରହିଛି PAPA । ୭ ପେଲୋଡ୍ସ ଏକାଠି ସୂର୍ଯ୍ୟଙ୍କ ଉପରେ ସର୍ବେକ୍ଷଣ କରିବେ । ଇସ୍ରୋ ଦ୍ୱାରା ପ୍ରସ୍ତୁତ ଆଦିତ୍ୟ ଏଲ-୧ ସୂର୍ଯ୍ୟଙ୍କର ଏଚଡି ଫଟୋ ଉତ୍ତୋଳନ କରିବ । ଏଥିରେ ସଂଲଗ୍ନ ‘ପାପା’ ପେଲୋଡ୍ସ ସୂର୍ଯ୍ୟଙ୍କ ଉତ୍ତପ୍ତ ଗ୍ୟାସରେ ଥିବା ଇଲେକ୍ଟ୍ରନ୍ସ ଓ ଭାରୀ ଆୟନର ଉପରେ ତଥ୍ୟ ସଂଗ୍ରହ କରିବ । ଏହି ଗ୍ୟାସ କେତେ ଉତ୍ତପ୍ତ , ଆୟନର ଓଜନ କେତେ ଏସବୁ ଅନୁଧ୍ୟାନ କରିବ ।

ଇସ୍ରୋ ମୁଖ୍ୟ ଏସ ସୋମନାଥଙ୍କ ସୂଚନା ମୁତାବକ, ଆଦିତ୍ୟ ଏଲ-୧ ପିଏସଏଲଭି ମାଧ୍ୟମରେ ୧.୫ ମିଲିଅନ୍ ଯାତ୍ରା କରିବ । ଏହି ଯାତ୍ରା ଶେଷ କରିବାକୁ ୧୨୫ ଦିନ ସମୟ ଲାଗିବ । ଏଥିପାଇଁ ପାଖାପାଖି ୬୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଚନ୍ଦ୍ରଯାନ-୩ରେ ଖର୍ଚ୍ଚ ହୋଇଥିବା ଅର୍ଥର ଅଧା ଖର୍ଚ୍ଚରେ ଏହାକୁ ପ୍ରସ୍ତୁତ କରାଯାଇଛି । ସୂର୍ଯ୍ୟଙ୍କ ଉପରେ ଅଧ୍ୟୟନ କରିବାକୁ ସୂର୍ଯ୍ୟ ମିଶନ ପାଇଁ ୨୦୧୯ରେ କେନ୍ଦ୍ର ସରକର ୩୭୮ କୋଟି ଟଙ୍କା ବ୍ୟୟ ପାଇଁ ମଞ୍ଜୁରୀ ଦେଇଥିଲେ ।