ଏମଜିଏମ ଓଡ଼ିଶା ମହିଳା ଟି୨୦ କ୍ରିକେଟ ଲିଗ୍ ୨୦୨୧ ଉଦଘାଟିତ

ଭୁବନେଶ୍ୱର,୨୨ା୧(ଦି ପ୍ରଗତି ନ୍ୟୁଜ): ଦେଶର ପ୍ରଥମ କ୍ରିକେଟ ଆସୋସିଏସନ ଭାବେ ଓସିଏ ପକ୍ଷରୁ ରାଜ୍ୟରେ ମହିଳା ଟି ୨୦ କ୍ରିକେଟ ଲିଗ ଆୟୋଜନ କରାଯାଇଛି । ରାଜଧାନୀ ଭୁବନେଶ୍ୱରର କିଟ କ୍ରିକେଟ ଷ୍ଟାଡ଼ିଅମରେ ଏହି ଉଦଘାଟନୀ ସମାରୋହକୁ ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି, କୋଷଧ୍ୟକ୍ଷ ବିକାଶ ପ୍ରଧାନ, ଡ଼ଃ ଗଗନେନ୍ଦୁ ଦାସ ଓ ଓସିଏର ସିଇଓ ସୁବ୍ରତ ବେହେରା ଉଦଘାଟନ କରିଥିଲେ । ଉଦଘାଟନି ମ୍ୟାଚରେ ଓଡ଼ିଶା ପରପଲ ଓଡ଼ିଶା ରେଡ଼କୁ ଭେଟି ଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଓଡ଼ିଶା ଭାଓଲେଟ ଓଡ଼ିଶା ଗ୍ରୀନକୁ ଭେଟିଥିଲା । ପ୍ରଥମ ଇନିଂସରେ ଓଡ଼ିଶା ପରପଲ ବିଜୟୀ ହୋଇଥିବା ବେଳେ ଦ୍ୱିତୀୟ ଇନିଂସରେ ଓଡ଼ିଶା ଭାଓଲେଟ ବିଜୟୀ ହୋଇଥିଲା । ପ୍ରଥମ ମ୍ୟାଚରେ ଓଡ଼ିଶା ପରପଲ ୫୭ ରନରେ ଓଡ଼ିଶା ରେଡ଼କୁ ପରାସ୍ତ କରିଥିଲା । ପରପଲ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୪ୱିକେଟ ହରାଇ ୧୨୨ ରନ କରିଥିଲା । ଶବିତା ମେୟର ୫୫ରନ, ଅଧିନାୟିକା ମଧୁସ୍ମିତା ବେହେରା ୪୫ ରନ କରିଥିବା ବେଳେ ଓଡ଼ିଶା ରେଡ଼ ପକ୍ଷରୁ ରାଜଶ୍ରୀ ସ୍ୱାଇଁ, ଜ୍ୟୋତି କେ. ପ୍ରସାଦ ଓ ପ୍ରୀତି ପ୍ରୀୟଦର୍ଶିନୀ ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ଏହାର ଜବାବରେ ରେଡ଼ ୧୬.୫ ଓଭରରେ ୬୫ ରନ କରି ଅଲଆଉଟ ହୋଇଥିଲା । ଶିଳ୍ପା ସ୍ୱାଇଁ, ପଦ୍ମିନୀ ବାରିକ ୧୧ରନ ଲେଖାଏଁ ଓ ରାଜଶ୍ରୀ ସ୍ୱାଇଁ ୧୬ ରନ କରି ଅପରାଜିତ ରହିଥିଲେ । ପରପଲ ପକ୍ଷରୁ ବି ଜାନକୀ ରେଡ୍ଡୀ , ବନଲତା ମଲ୍ଲିକ, ସୁଭ୍ରା ଏନ ସ୍ୱାଇଁ ଦୁଇଟି ଲେଖାଏଁ ୱକେଟ ନେଇଥିଲେ । ମଧୁସ୍ମିତା ବେହେରାଙ୍କୁ ବିକାଶ ପ୍ରଧାନ ଓସିଏ ପକ୍ଷରୁ ପ୍ଲେଏହାର ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ । ସେହିପରି ଦ୍ୱିତୀୟ ମ୍ୟାଚରେ ଓଡ଼ିଶା ଭାଓଲେଟ ଡ଼କ ୱଥ ଲୁଇସ ନିୟମ ଆଧାରରେ ଓଡ଼ିଶା ଗ୍ରୀନକୁ ପରାସ୍ତ କରିଛି ଓ ଭାଓଲେଟ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ଦୁଇଟି ୱିକେଟ ହରାଇ ୧୧୯ ରନ କରିଥିଲା ।