ରୋଜଗାର ମେଳାରେ ୫୧ହଜାରରୁ ଅଧିକ ସଂଖ୍ୟକ ନିଯୁକ୍ତିପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୮/୦୮: ରୋଜଗାର ମେଳାର ଅଷ୍ଟମ ସଂସ୍କରଣ।  ଅଷ୍ଟମ ସଂସ୍କରଣରେ ୪୫ଟି ସ୍ଥାନରେ ମେଳାର ଆୟୋଜନ କରାଯାଇଥିଲା । ଭିଡିଓ କନଫେରେନ୍ସିରେ ୫୧ହଜାରରୁ ଅଧିକ ସଂଖ୍ୟକ ନିଯୁକ୍ତିପତ୍ର ବାଟିଂଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହାସହ ସମ୍ବୋଧନ କରି ମୋଦୀ କହିଛନ୍ତି ଅମୃତକାଳରେ ଅମୃତ ରକ୍ଷକ ହେଉଛନ୍ତି ଯୁବଗୋଷ୍ଠୀ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୦ ଲକ୍ଷ ଯୁବବର୍ଗଙ୍କୁ ନିଯୁକ୍ତି ଦେବା ଅଭିଯାନରେ ସୋମବାର ଅଷ୍ଟମ ରୋଜଗାର ମେଳା ଅନୁଷ୍ଠିତ ହୋଇଛି । ଏହି ରୋଜଗାର ମେଳାରେ ଏପର୍ଯ୍ୟନ୍ତ ୫ଲକ୍ଷ ଯୁବକ ଯୁବତୀଙ୍କୁ ମଳିଛି ସରକାରୀ ଚାକିରି ।