ଭୁବନେଶ୍ୱର,୨୮/୦୮: ଜାଗା ମିଶନ ଜରିଆରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୂମିହୀନ ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ବଣ୍ଟନ କରିଛନ୍ତି । ରାଜ୍ୟର ୫ଟି ମହାନଗର ନିଗମର ୬୫ ହଜାର ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ମିଳିଛି । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭୂମିହୀନଙ୍କୁ ପଟ୍ଟା ଦିଆଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଜାଗା ମିଶନ ଜରିଆରେ ଲ୍ୟାଣ୍ଡ ରାଇଟ ସାର୍ଟିଫିକେଟ ପାଇବା ପରେ ଗରିବ ଲୋକ ମଧ୍ୟ ସ୍ୱାଭିମାନରେ ବଞ୍ଚି ପାରିବେ କହିଛନ୍ତି ନବୀନ ପଟ୍ଟନାୟକ । ୨୦୧୮ ମସିହାରେ ଆରମ୍ଭ ହୋଇଥିବା ଜାଗା ମିଶନ ଯୋଜନାରେ ବର୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ସହରର ୧ଲକ୍ଷ ୭୦ ହଜାର ପରିବାର ନୂଆ ପରିଚୟ ପାଇଛନ୍ତି ।