ଚନ୍ଦ୍ରଯାନର ସଫଳତା ପରେ ଏବେ ଗଗନଯାନ, ସୂର୍ଯ୍ୟଙ୍କ ଉପରେ ଗବେଷଣା

ନୂଆଦିଲ୍ଲୀ,୨୭/୦୮: ଚନ୍ଦ୍ରଯାନର ସଫଳତା ପରେ ଲଞ୍ଚ ହେବ ଗଗନଯାନ । ସୂର୍ଯ୍ୟ ଉପରେ ଅଧିକ ଗବେଷଣା ପାଇଁ ଆସନ୍ତା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଲଞ୍ଚ ହେବ ଆଦିତ୍ୟ-ଏଲ-୧ । ଏନେଇ ଶନିବାର ଇସ୍ରୋ ମୁଖ୍ୟ ଏସ ମୋସନାଥ ସୂଚନା ଦେଇଛନ୍ତି ।ଆଦିତ୍ୟ-ଏଲ୧ ସାଟେଲାଇଟର ପୁରା ପ୍ରସ୍ତୁତି ସରିଥିବା ବେଳେ ଏହା ଶ୍ରୀହରିକୋଟାରେ ପହଂଚିସାରିଛି । ତେବେ ଆସନ୍ତା ଦୁଇ ଦିନ ମଧ୍ୟରେ କେବେ ଲଂଚ ହେବ ଆଦିତ୍ୟ-ଏଲ୧ ସେନେଇ ତାରିଖ ଘୋଷଣା କରାଯିବ ବୋଲି କହିଛନ୍ତି ଇସ୍ରୋ ମୁଖ୍ୟ । ଆଦିତ୍ୟ-ଏଲ୧ ୧୨୦ ଦିନର ଯାତ୍ରା କରି ଏଲ୧ ପଂଏଟରେ ପହଂଚିବ । ଏହା ହେଉଛି ଭାରତର ପ୍ରଥମ ସୂର୍ଯ୍ୟ ମିଶନ ।