ରକ୍ଷାବନ୍ଧନ ନେଇ ମହାପ୍ରଭୁଙ୍କ ପାଇଁ ଚାଲିଛି ସ୍ୱତନ୍ତ୍ର ରାଖୀ ପ୍ରସ୍ତୁତ

ପୁରୀ,୨୬/୦୮: ଆଉ ୫ ଦିନ ପରେ ପବିତ୍ର ରକ୍ଷାବନ୍ଧନ।  ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ମଧ୍ୟ ଏହି ପର୍ବ ପାଳନ କରାଯିବ। ପବିତ୍ର ଗହ୍ମାପୂର୍ଣ୍ଣିମାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ବଡ଼ଠାକୁର ଶ୍ରୀବଳଭଦ୍ର ବି ସାନ ଭଉଣୀ ହାତରୁ ରାଖୀ ବାନ୍ଧିବେ। ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଆଗେଇ ଚାଲିଛି। ସ୍ବତନ୍ତ୍ର ଶୈଳୀରେ ମହାପ୍ରଭୁଙ୍କ ପାଇଁ ରାଖୀ ପ୍ରସ୍ତୁତ ଚାଲିଛି। ପାଟରା ବିଶୋଇ ସେବକମାନେ ଏହି କାର୍ଯ୍ୟକୁ ଶେଷ ପର୍ଯ୍ୟାୟରେ ପହଞ୍ଚାଇଛନ୍ତି। ପ୍ରତିବର୍ଷ ଭଳି ଚଳିତ ବର୍ଷ ବି ଶ୍ରୀଜଗନ୍ନାଥଙ୍କ ପାଇଁ ଦୁଇଟି ଓ ବଳଭଦ୍ରଙ୍କର ଦୁଇଟି, ଏପରି ପାଇଁ ୪ଟି ରାଖୀ ପ୍ରସ୍ତୁତ ଚାଲିଛି। ନାଲି ଓ ହଳଦିଆ ରଙ୍ଗରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ଓ ସବୁଜ ଓ ବାଇଗଣି ରଙ୍ଗରେ ବଡ଼ଠାକୁରଙ୍କ ପାଇଁ ରାଖୀ ପ୍ରସ୍ତୁତ ହେଉଛି।