ରାଜ୍ୟରେ ଅଣାୟତ ହେଲାଣି ଡେଙ୍ଗୁ ସ୍ଥିତି

ଭୁବନେଶ୍ୱର,୨୫/୦୮: ରାଜ୍ୟରେ ଅଣାୟତ ହେଲାଣି ଡେଙ୍ଗୁ ସ୍ଥିତି। ଏହାରିମଧ୍ୟରର ୩୦ ଜିଲ୍ଲାକୁ ବ୍ୟାପିିିିିଛଛସି ଡେଙ୍ଗୁ । ଗତବର୍ଷ ତୁଳନାରେ ବର୍ତ୍ତମାନ ପିକ୍ ପିରିୟଡ ଚାଲିଛି । ସେପ୍ଟେମ୍ବର ମାସ ଯାଏଁ ଏହି ପିକ୍ ପିରିୟଡ ଚାଲିବ ବୋଲି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । କ୍ୟାପିଟାଲ ହସ୍ପିଟାଲର ଲୋଡ଼ କମାଇବା ପାଇଁ ଅନ୍ୟ ଜାଗାରେ ହେବ ଡେଙ୍ଗୁ ପରୀକ୍ଷା ।ଆସନ୍ତା ୨ରୁ ୩ ଦିନ ଭିତରେ ଆରମ୍ଭ ହେବ ଡେଙ୍ଗୁ ପରୀକ୍ଷା । କ୍ୟାପିଟାଲ ହସ୍ପିଟାଲ, ଆରଏମଆରସି, ନୟାପଲ୍ଲୀରେ ଉପଲବ୍ଧ ହେବ ଏହି ଟେଷ୍ଟ । ଡେଙ୍ଗୁ ୪ ପ୍ରକାରର ରହିଥିବା ବେଳେ ଏବେ ଟାଇପ-୨ ଚାଲିଛି । ଲୋକଙ୍କୁ ଆତଙ୍କିତ ନହେବାକୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।