ଗଞ୍ଜାମରେ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ୍

ଭୁବନେଶ୍ୱର,୨୫/୦୮: ଗଞ୍ଜାମରେ ପହଞ୍ଚିଲେ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ୍ । କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶନିମନ୍ଦିର ପଡ଼ିଆରେ ଚାଲିଥିବା ଅଭିଯୋଗ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ପାଣ୍ଡିଆନ୍ । ସେହିପରି କବି ସୂର୍ଯ୍ୟନଗର ବୁରୁଝୁରି ବାଲିବଣ ପଡ଼ିଆରେ ପହଞ୍ଚି ଜୟ ମା’ ତାରିଣୀ କହି ନିଜର ଅଭିଭାଷଣ ରଖିଥିଲେ । ଏହା ସହ ବିଭିନ୍ନ ପ୍ରକଳ୍ପର ଘୋଷଣା କରିଛନ୍ତି ପାଣ୍ଡିଆନ୍ । କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ଥିବ ସମସ୍ତ କଲେଜ ରୂପାନ୍ତରିକରଣ ହେବ ବୋଲି ସେ ଘୋଷଣା କରିଛନ୍ତି ।