ମିଜୋରାମରେ ଶୁଡିଲା ନିର୍ମାଣଧୀନ ରେଲୱେ, ୧୭ମୃତ

ନୂଆଦିଲ୍ଲୀ,୨୩/୦୮: ମିଜୋରାମରେ ଶୁଡିଲା ନିର୍ମାଣଧୀନ ରେଲୱେ ପୋଲ । ପୋଲ ଭୁଶୁଡିବାରୁ ୧୭ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ସୂଚନାଯୋଗ୍ୟ ଯେ ସେଠାରେ ୩୫ରୁ ୪୦ ଜଣ ଶ୍ରମିକ କାମରେ ନିୟୋଜିତ ଥିଲେ । କିଛି ଶ୍ରମିକ ତଳେ ଚାପି ରହିଥିବା ଆଶଙ୍କା ରହିଛି । ଘଟଣାସ୍ଥଳରେ ପ୍ରଶାସନ ପକ୍ଷରୁ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ୨ ପିଲାର ମଧ୍ୟରେ ଥିବା ଗାଡର ଖସିବାରୁ ଦୁର୍ଘଟଣା ଘଟିଛି । ମିଜୋରାମ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ସହାୟତା ରାଶି ଘୋଷଣା କରିଛନ୍ତି । ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଥିବା ବେଳେ ଆହତଙ୍କୁ ୫୦ ହଜାର ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି ।