କଂଗ୍ରେସ ଘୋଷଣା କଲା କାର୍ଯ୍ୟକାରୀ କମିଟି ତାଲିକା, ଜାଣନ୍ତୁ କିଏ ଅଛନ୍ତି ସାମିଲ

ନୂଆଦିଲ୍ଲୀ,୨୦/୦୮: ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ତାର ନୂଆ ଟିମ୍ ଘୋଷଣା କରିଛି । ଏନେଇ କଂଗ୍ରେସ ତରଫରୁ କାର୍ଯ୍ୟକାରୀ କମିଟି ତାଲିକା ପ୍ରକାଶ କରିଛି । ଏହି ତାଲିକାରେ ମୋଟ ୩୯ ଜଣ ନେତାଙ୍କୁ ସାମିଲ କରାଯାଇଛି ।

ନୂଆ କମିଟିରେ ସଚିନ ପାଇଲଟ, ଶଶି ଥରୁର୍, ଅଶୋକ ଚୌହାନ, ଦୀପକ ବାବାରିଆଙ୍କୁ ପ୍ରଥମଥର ପାଇଁ ସ୍ଥାନ ମିଳିଛି । ଗୌରବ ଗୋଗଇ, ନାସିର ହୁସେନ, ଦୀପା ଦାସ ମୁନସୀଙ୍କୁ ବି କାର୍ଯ୍ୟକାରୀ କମିଟିରେ ସାମିଲ କରାଯାଇଛି । ବିଶେଷ ଆମନ୍ତ୍ରିତ ସଦସ୍ୟ ଭାବେ ପୱନ ଖେଡା, ସୁପ୍ରିୟା ଶ୍ରୀନେତ ଓ ଅଳକା ଲାମ୍ବାଙ୍କୁ ସାମିଲ କରାଯାଇଛି ।ଏହି ଟିମରେ ମଲ୍ଲିକାର୍ଜୁନ ଖଡଗେଙ୍କ ପରେ ସୋନିଆ ଗାନ୍ଧୀ, ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ନାମ ରହିଛି । ଏହାପରେ ରାହୁଲ ଗାନ୍ଧୀ, ଅଧୀର ରଂଜନ ଚୌଧୁରୀ, ଏକେ ଆଣ୍ଟୋନୀ, ଅମ୍ବିକା ସୋନୀ, ମୀରା କୁମାର ଓ ଦିଗବିଜୟ ସିଂଙ୍କ ନାମ ମଧ୍ୟ ସାମିଲ କରାଯାଇଛି ।