ଦେଶରୁ ପିଆଜ ରପ୍ତାନି ଉପରେ କଟକଣା ଲଗାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୯/୦୮: ଦେଶରୁ ପିଆଜ ରପ୍ତାନି ଉପରେ କଟକଣା ଲଗାଇଛନ୍ତି କେନ୍ଦ୍ର ସରକାର। ଘରୋଇ ବଜାରରେ ପିଆଜର  ବଢିଚାଲିଥିବା ଦରକୁ ନିୟନ୍ତ୍ରଣରେ ରଖିବା ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି। ସରକାରଙ୍କ ନିଷ୍ପତ୍ତି ଅନୁସାରେ ପିଆଜ ରପ୍ତାନି ଉପରେ ୪୦ ପ୍ରତିଶତ ଭାରି ଶୁଳ୍କ ଲାଗୁ କରାଯାଇଛି। ଯାହା ଚଳିତ ବର୍ଷ ଶେଷ ପର୍ଯ୍ୟନ୍ତ ଲାଗୁ ରହିବ । ଏନେଇ କେନ୍ଦ୍ର ସରକାର ଏକ ବିଜ୍ଞପ୍ତି ଜାରି କରିଛନ୍ତି । ବିଜ୍ଞପ୍ତି ଅନୁସାରେ, ଚଳିତ ବର୍ଷ ଡିସେମ୍ବର ୩୧ ପର୍ଯ୍ୟନ୍ତ ପିଆଜ ରପ୍ତାନି ଉପରେ ୪୦ ପ୍ରତିଶତ ରପ୍ତାନି ଶୁଳକ ଲାଗୁ ହେବ ।

ସୂଚନାଯୋଗ୍ୟ ଯେ ଦେଶରେ ଏବେ ପିଆଜର ଦର ଦ୍ରୁତ ଗତିରେ ବଢିଚାଲିଛି । ପ୍ରବଳ ବର୍ଷା ଯୋଗୁଁ ମହାରାଷ୍ଟ୍ରରେ ପିଆଜ ଫସଲ କ୍ଷତିଗ୍ରସ୍ତ ହୋଇଛି । ଏହି କାରଣରୁ ଦର ବଢୁଛି ।