ରତନ ଟାଟାଙ୍କୁ ମିଳିଲା ଉଦ୍ୟୋଗ ରତ୍ନ ପୁରସ୍କାର

ଭୁବନେଶ୍ୱର,୧୯/୦୮: ରତନ ଟାଟାଙ୍କୁ ମିଳିଲା ଉଦ୍ୟୋଗ ରତ୍ନ ପୁରସ୍କାର । ମହାରାଷ୍ଟ୍ର ସରକାର ରତନ ଟାଟାଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି । ମହାରାଷ୍ଟ୍ର ଉଦ୍ୟୋଗିକ ବିକାଶ ନିଗମ ତରଫରୁ ରତନ ଟାଟାଙ୍କୁ ଏକ ଶାଲ  ସହ ପ୍ରଂଶସା ପତ୍ର ଏବଂ ଏକ ସ୍ମୃତି ଚିହ୍ନ ମଧ୍ୟ ପ୍ରଦାନ କରାଯାଇଛି । ଆଜି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍ ଏବଂ ଅଜିତ ପାୱାର, ରତନ ଟାଟାଙ୍କ ଘରକୁ ଯାଇ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି ।

ମହାରାଷ୍ଟ୍ର ସରକାରଙ୍କ ତରଫରୁ ପ୍ରଥମ ଥର ପାଇଁ ଏହି ପୁରସ୍କାର ଆରମ୍ଭ କରାଯାଇଛି । ଯାହା ପରେ ପ୍ରଥମ ବର୍ଷରେ ରତନ ଟାଟାଙ୍କୁ ଏହି ସମ୍ମାନ ଦିଆଯାଇଛି ।