ଦେଶର ପ୍ରଥମ ଥ୍ରୀଡି ପ୍ରିଣ୍ଟିଂ ଡାକଘର ଉଦଘାଟନ କଲେ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର, ୧୯/୦୮: ଦେଶର ପ୍ରଥମ ଥ୍ରୀଡି ପ୍ରିଣ୍ଟିଂ ଡାକଘର ଏବେ ବେଙ୍ଗାଲୁରରେ ଖୋଲିଛି । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଥ୍ରୀଡି ପୋଷ୍ଟ ଅଫିସର ଉଦଘାଟନ କରିଛନ୍ତି । ଏକହଜାର ୨୧ ସ୍କୋୟର ଫିଟରେ ନିର୍ମିତ ହୋଇଛି ଏହି ଅତ୍ୟାଧୁନିକ ଡାକଘର । ଆଇଆଇଟି ମାଡ୍ରାସର ତତ୍ୱାବଧାନରେ ବିଦେଶୀ କମ୍ପାନୀ ଲାର୍ସନ ଆଣ୍ଡ ଟ୍ରୁବୋ ଏହାର ନିର୍ମାଣ କରିଛି ।ଉଦଘାଟନ ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଗତକାଲି ଯାହା ସ୍ୱପ୍ନ ପରି ଲାଗୁଥିଲା ତାକୁ ଏବେ ସତ କରି ଦେଖାଉଛନ୍ତି ମୋଦୀ ସରକାର । ବିକାଶ କ୍ଷେତ୍ରରେ ଆଉ ପାଦେ ବଢିଛି ଦେଶ । ୪୫ ଦିନରେ ଶେଷ ହୋଇଛି ଏହି ଥ୍ରୀଡି ଡାକଘର । ଥ୍ରୀଡି ଉପାୟରେ ନିର୍ମାଣ କାର୍ଯ୍ୟ ଖୁବ କମ ସମୟରେ ସମ୍ଭବ ହୋଇପାରିଛି ।