ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବିଡେନ୍

ନୂଆଦିଲ୍ଲୀ, ୨୧/୧: ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବିଡେନ୍। ସେହିପରି ଉପରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି କମଳା ହାରିସ୍ ।

ଶପଥ ଗ୍ରହଣ ସମାରୋହରେ ଆମେରିକାବାସୀଙ୍କୁ ବିଡେନଙ୍କ ସମ୍ବୋଧନ ରେ କହିଛନ୍ତି ଯେ ସମସ୍ତଙ୍କ ପାଇଁ ନ୍ୟାୟର ସ୍ବପ୍ନ ଆଉ ବେଶୀ ଦୂର ନୁହେଁ । ଗଣତନ୍ତ୍ରର ବିଜୟ ହୋଇଛି, ଏହା ଗଣତନ୍ତ୍ରର ଦିନ । ସମଗ୍ର ଆମେରିକାକୁ ଏକ ଓ ଏକାତ୍ମ କରିବା ଉପରେ ବିଡେନ୍‌ ଗୁରୁତ୍ବ ଦେଇଛନ୍ତି। ଜାତିବାଦ, ଆତଙ୍କବାଦ ଓ ବିଭାଜନକାରୀ ଶକ୍ତି ବିରୋଧରେ ସଂଗ୍ରାମ ହେବ ବୋଲି ସେ କହିଛନ୍ତି।

ବହୁତ କିଛି ସଜାଡ଼ିବାର ଅଛି, ଅନେକ କିଛି ସଂରକ୍ଷିତ କରିବାର ଅଛି । ବହୁତ କିଛି ଆରୋଗ୍ୟ କରିବାର ଅଛି, ଅନେକ କିଛି ଗଢ଼ିବାକୁ ଅଛି । ଏହାସହ ଅନେକ କିଛି ପାଇବାର ଅଛି, ହାସଲ କରିବାକୁ ଅଛି ବୋଲି ବିଡେନ୍‌ କହିଛନ୍ତି।