ଚନ୍ଦ୍ରଯାନ-୩ ମିଶନ, ସଫଳତାର ସହ ଅଲଗା ହେଲା ବିକ୍ରମ ଲ୍ୟାଣ୍ଡର

ଭୁବନେଶ୍ୱର,୧୭/୦୮:ଚନ୍ଦ୍ରଯାନ ୩କୁ ନେଇ ଆଉ ଏକ ଭଲ ଖବର ସାମ୍ନାକୁ ଆସିଛି। ଏହାରିମଧ୍ୟରର ଆଜି ବିକ୍ରମ ଲ୍ୟାଣ୍ଡର ଓ ପ୍ରପଲସନ ମଡ୍ୟୁଲ ସଫଳତାର ସହ ଅଲଗା ହୋଇଛନ୍ତି। ଏନେଇ ଇସ୍ରୋ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି । ପ୍ରପଲସନ ମଡ୍ୟୁଲ ଠାରୁ ଅଲଗା ହୋଇ ଯାତ୍ରା ଜାରି ରଖିଛି ଲ୍ୟାଣ୍ଡର । ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପର୍ଯ୍ୟନ୍ତ ଲ୍ୟାଣ୍ଡର ବିକ୍ରମ ଏବେ ଏକୁଟିଆ ତାର ଏହି ଯାତ୍ରା ଜାରି ରଖିବ ।ବର୍ତ୍ତମାନ ଉଭୟ ପ୍ରପଲସନ ମଡ୍ୟୁଲ ଓ ଲ୍ୟାଣ୍ଡର ଚନ୍ଦ୍ରଠାରୁ ସର୍ବନିମ୍ନ ୧୫୩ ଓ ସର୍ବାଧିକ ୧୬୩କିଲୋମିଟର ଦୂରରେ ଚନ୍ଦ୍ରକୁ ପ୍ରଦକ୍ଷିଣ କରୁଛନ୍ତି । ଆସନ୍ତାକାଲି ଲ୍ୟାଣ୍ଡରକୁ ଚନ୍ଦ୍ରପୃଷ୍ଠର ଆହୁରୀ ନିକଟକୁ ନିଆଯିବ । ଲ୍ୟାଣ୍ଡରକୁ ସଫ୍ଟ ଲ୍ୟାଣ୍ଡିଂ କରିବାରେ ସହାୟକ ହେବ । ଏହାବାଦ୍ ଏଥିରେ ଏକାଧିକ କ୍ୟାମେରା ଓ ସେନ୍ସରକୁ ସଂଯୋଗ କରାଯାଇଛି ।