JEE ତ୍ରୁଟିପୂର୍ଣ୍ଣ ମାର୍କସିଟ୍ ମାମଲା, ସିବିଆଇ ତଦନ୍ତ ନେଇ ନିର୍ଦ୍ଦେଶ

ଭୁବନେଶ୍ୱର,୧୭/୦୮: JEE ତ୍ରୁଟିପୂର୍ଣ୍ଣ ମାର୍କସିଟ୍ ମାମଲାରେ ହେବ ସିବିଆଇ ତଦନ୍ତ । ୨୦୨୨ ଜେଇଇ ପରୀକ୍ଷାରେ ଅଂଶୁମାନ କାନୁନଗୋଙ୍କ ମାର୍କସିଟକୁ ନକଲି କହି ରାଉରକେଲା ଏନଆଇଟି ଆଡମିଶନ ଖାରଜ କରିଥିଲା । ଏହାପରେ ମାର୍କସିଟକୁ ତ୍ରୁଟିପୂର୍ଣ୍ଣ ଦର୍ଶାଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଅଂଶୁମାନ । ଏବେ ୪ ମାସ ମଧ୍ୟରେ ତଦନ୍ତ କରିି ରିପୋର୍ଟ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ ଅଂଶୁମାନ କାନୁନଗୋ ଉତ୍ତୀର୍ଣ୍ଣ ହୋଇ ୯୮.୯୭ ପ୍ରତିଶତ ମାର୍କ ରଖିଥିଲେ ।