ହିମାଚଳ ପ୍ରଦେଶରେ ବାଦଲଫଟା ବର୍ଷା, ବନ୍ୟା ଓ ଭୂସ୍ଖଳନ: ଗଲାଣି ବହୁ ଜୀବନ

ନୂଆଦିଲ୍ଲୀ,୧୬/୦୮: ହିମାଚଳ ପ୍ରଦେଶର ବିଭିନ୍ନ ସ୍ଥାନରେ ଲଗାତର ଭାବେ ପ୍ରବଳ ବର୍ଷା, ବନ୍ୟା ଓ ଭୂସ୍ଖଳନ ଦେଖିବାକୁ ମିଳିଛି । ଆଖି ପିଛୁଳାକେ ମାଟିରେ ମିଶିଯାଉଛି ବହୁ ମହଲା ବିଶିଷ୍ଟ ଅଟ୍ଟାଳିକା । ପ୍ରକୃତିର ତାଣ୍ଡବରେ ଦୁଇ ଦିନରେ ବହୁ ଲୋକଙ୍କ ଜୀବନ ଗଲାଣି । ସ୍ଥାନୀୟ ଅଂଚଳରେ ୫ଶହରୁ ଅଧିକ ଗଛ ଭୁଷୁଡ଼ିପଡ଼ିଥିବାବେଳେ ରାସ୍ତାଘାଟ ଆଦି ଜାମ ହୋଇ ଯାତାୟତରେ ବାଧା ସୃଷ୍ଟି ହୋଇଛି ।

ଲଗାତର କିଛି ଦିନ ହେବ ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ ତଥା ଭୟଙ୍କର ରୂପ ଜାରି ରହିଛି । ଜୀବନ ବଂଚାଇବାକୁ ପ୍ରାଣ ବିକଳରେ ଧାଉଁଛନ୍ତି । ଗତ ୪୮ ଘଂଟା ମଧ୍ୟରେ ବାଦଲ ଫଟା ବର୍ଷା, ବନ୍ୟା ଓ ଭୂସ୍ଖଳନ ଯୋଗୁଁ ୬୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏହାରି ସଂଖ୍ୟା ଆହୁରି ବଢ଼ିବା ନେଇ ଆଶଙ୍କା କରାଯାଇଛି । ବନ୍ୟା ପ୍ରଭାବିତ ଅଂଚଳରେ ବାୟୁସେନା ପକ୍ଷରୁ ଉଦ୍ଧାରକାର୍ଯ୍ୟ ଜୋରଦାର ଚାଲିଛି ।