ଏଣିକି ଶ୍ରୀମନ୍ଦିର ଆନନ୍ଦ ବଜାରରେ ଲାଗିବ ମହାପ୍ରସାଦର ରେଟ୍ ଚାର୍ଟ

ପୁରୀ,୧୬/୦୮:ପୁରୀ ଶ୍ରୀମନ୍ଦିରରେ ମହାପ୍ରସାଦ ଖାଇବାକୁ ଭକ୍ତ କାହିଁ କେତେ ଦୂରରୁ ଆସୁଛନ୍ତି। ଏହାରିମଧ୍ୟରେ ମହାପ୍ରସାଦକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଏଣିକି ଆନନ୍ଦ ବଜାରରେ ଲାଗିବ ମହାପ୍ରସାଦର ରେଟ୍ ଚାର୍ଟ । ପୁରୀ ଶ୍ରୀମନ୍ଦିରରେ ମହାପ୍ରସାଦ ବିକ୍ରି ନେଇ ସୁଆର ଓ ମହାସୁଆର ପକ୍ଷରୁ  ପ୍ରାଥମିକ ସ୍ତରର ଦର ତାଲିକା ଦିଆଯାଇଛି। ମହାପ୍ରସାଦ ରନ୍ଧାଯିବା ପରେ ହୋଇଥିବା ଖର୍ଚ୍ଚକୁ ଆଧାର କରି ଏହି ରେଟ୍ ଚାର୍ଟ ପ୍ରସ୍ତୁତ ହୋଇଛି । ତେବେ ଶ୍ରୀମନ୍ଦିର ପରିଚାଳନା କମିଟିରେ ଆଲୋଚନା ପରେ ମହାପ୍ରସାଦର ଚୂଡାନ୍ତ ଦର ତାଲିକା ଦିଆଯିବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ କହିଛନ୍ତି । ଏହି ରେଟ୍ ଚାର୍ଟ ଅନୁସାରେ, ବାଇ ହାଣ୍ଡି ଅନ୍ନ ପାଇଁ ୧୩ଶହ ରୁ ୨୫ଶହ ଟଙ୍କା ରଖାଯାଇଥିବାବେଳେ, ଦାସିଆ ହାଣ୍ଡି କାନିକା ପାଇଁ ୩ହଜାର ଟଙ୍କା ରଖାଯାଇଛି ।