ଚନ୍ଦ୍ରଯାନ-୩କୁ ସଫଳତାର ସହିତ ପାର୍କିଙ୍ଗ୍‌ କକ୍ଷପଥକୁ ନିଆଯିବ: ଇସ୍ରୋ

ନୂଆଦିଲ୍ଲୀ,୧୬/୦୮: ଆଜି ଚନ୍ଦ୍ରଯାନ-୩କୁ ସଫଳତାର ସହିତ ଚନ୍ଦ୍ର ଶେଷ ତଥା ପାର୍କିଙ୍ଗ୍‌ କକ୍ଷପଥକୁ ନିଆଯାଇଥିବା କଥା ଟୁଇଟ୍‌ କରି ଇସ୍ରୋ ସୂଚନା ଦେଇଛି।ଏବେ ଚନ୍ଦ୍ରଯାନ-୩ରେ ଥିବା ‘ଲ୍ୟାଣ୍ଡର୍‌’ ଓ ‘ରୋଭର୍‌’କୁ ‘ପ୍ରୋପଲ୍‌ସନ୍‌ ମୋଡ୍ୟୁଲ୍‌’ରୁ ପୃଥକ୍‌ କରି କକ୍ଷପଥକୁ ଆହୁରି ନିମ୍ନତର କରି ‘ସଫ୍ଟ୍‌ ଲ୍ୟାଣ୍ଡିଙ୍ଗ୍‌’ ପାଇଁ ପ୍ରସ୍ତୁତି ଚାଲିଛି।

ଆଜି ଟୁଇଟ୍‌ ଯୋଗେ ‘ଇସ୍ରୋ’ ଲେଖିଛି ଚନ୍ଦ୍ରଠାରୁ ୧୫୩ x ୧୬୩ କିଲୋମିଟର୍‌ ଦୂର କକ୍ଷପଥରେ ଚନ୍ଦ୍ରଯାନ-୩ ଚନ୍ଦ୍ର ଏବେ ପ୍ରଦକ୍ଷିଣ ଆରମ୍ଭ କରିଛି। କିନ୍ତୁ, ଏହା ନୂଆ କକ୍ଷପଥରେ ଥାଇ ଏପର୍ଯ୍ୟନ୍ତ ଚନ୍ଦ୍ରର ସମ୍ପୂର୍ଣ୍ଣ ପରିକ୍ରମଣ କରିନାହିଁ।