ସ୍ୱାଧୀନତା ଦିବସରେ ଦୁଇ ଯବାନ ସହିଦ

ଭୁବନେଶ୍ୱର,୧୫/୦୮:  ସ୍ୱାଧୀନତା ଦିବସରେ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ପଶ୍ଚିମ ସିଂହଭୂମ ଜିଲ୍ଲା ଟନ୍ତୋପାହାଡ଼ରେ ସଂଘବଦ୍ଧ ହୋଇ ନକ୍ସଲମାନେ ଯବାନଙ୍କ ଉପରକୁ ଗୁଳିବର୍ଷା କରିଛନ୍ତି। ନସ୍କଲଙ୍କ ଗୁଳିରେ ଝାଡ଼ଖଣ୍ଡ ଜାଗୁଆରର ଦୁଇ ଜଣ ଯବାନ ସହିଦ ହୋଇଛନ୍ତି। ସେମାନେ ହେଲେ ଇନ୍ସପେକ୍ଟର ଅମିତ ତିୱାରୀ ଓ ହାବିଲଦାର ଗୌତମ କୁମାର।

ସୂଚନା ଅନୁସାରେ ଝାଡ଼ଖଣ୍ଡ ଜାଗୁଆରର ଯବାନମାନେ ନସ୍କଲବିରୋଧୀ ଅପରେସନ ସାରି କ୍ୟାମ୍ପକୁ ଫେରୁଥିବା ବେଳେ ନସ୍କଲମାନେ ସଂଘବଦ୍ଧ ହୋଇ ଗୁଳି ଚଳାଇଥିଲେ। ପାଲଟା ଜବାବରେ ଯବାନମାନେ ଗୁଳି ଚଳାଇଥିଲେ। ଫଳରେ ଦୁଇ ଯବାନ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଅନ୍ୟପକ୍ଷରେ ନକ୍ସଲମାନଙ୍କୁ ମୁକାବିଲା କରିବା ପାଇଁ ଝାଡ଼ଖଣ୍ଡ ଜାଗୁଆର ତରଫରୁ ସର୍ଚ୍ଚ ଅପରେସନ ଜାରି ରହିଛି।