ଦେଶବାସୀଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ, ଥ୍ରୀ–ଡି ଉପରେ ଗୁରୁତ୍ଵ

ନୂଆଦିଲ୍ଲୀ,୧୫/୦୮: ଦେଶ ପାଳୁଛି ୭୭ତମ ସ୍ୱାଧୀନତା ଦିବସ । ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିବା ସହ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ନିଜ ଅଭିଭାଷଣରେ ୧୦ ବର୍ଷର ମୋଦୀ ସରକାଙ୍କ ହିସାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଥ୍ରୀ – ଡି ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଥିବା କଥା କହିଛନ୍ତି । ସେ କହିଛନ୍ତି ଯେ ଡେମୋକ୍ରାସି, ଡେମୋଗ୍ରାଫି, ଡାଇଭର୍ସିଟି ଅର୍ଥାତ୍ ଭୌଗୋଳିକ ସ୍ଥିତି, ବିବିଧତା ଓ ଗଣତନ୍ତ୍ର ଦେଶର ସ୍ୱପ୍ନ ପୂରଣ କରିବାକୁ ସମର୍ଥ । ନିଜ ଅଭିଭାଷଣ ବେଳେ ନୂଆ ଯୋଜନା ନେଇ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ବିଶ୍ୱକର୍ମା ଜୟନ୍ତୀରେ ନୂଆ ଯୋଜନା ଲାଗୁ ନେଇ ଘୋଷଣା କରିଛନ୍ତି । କୌଳିକ ବୃତିର ବିକାଶ ପାଇଁ ବିଶ୍ୱକର୍ମା ଯୋଜନା ଆଣିବେ କେନ୍ଦ୍ର ସରକାର । ଯେଉଁଥିରେ ଦିଆଯିବ ୧୩ରୁ ୧୫ ହଜାର କୋଟିର ପ୍ରୋତ୍ସାହନ ରାଶି ।