ସ୍ୱାଧୀନତା ଦିବସ ପାଇଁ କଡା ସୁରକ୍ଷା ବଳୟ ଭିତରେ ଦିଲ୍ଲୀ

ନୂଆଦିଲ୍ଲୀ,୧୪/୦୮: ସ୍ୱାଧୀନତା ଦିବସ ପାଇଁ କଡା ସୁରକ୍ଷା ବଳୟ ଭିତରେ ଦିଲ୍ଲୀ । ରାଜଧାନୀକୁ ଜଗିବେ ୧୦ ହଜାର ପୋଲିସ ଫୋର୍ସ ।  ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାକୁ ଅନ୍ୟ ସୁରକ୍ଷା ବାହିନୀ ମଧ୍ୟ ସଜାଗ ରହିବେ ବୋଲି ସୂଚନା ମିଳିଛି ।ବିଶେଷକରି ସ୍ୱାଧୀନତା ଦିବସ ସମାରୋହ ଦେଖିବାକୁ ଆସୁଥିବା ଲୋକ ଯେପରି କିଛି ଅସୁବିଧାରେ ନପଡନ୍ତି, ସେଥିପ୍ରତି ବିଶେଷ ଧ୍ୟାନ ରଖାଯାଇଛି ।

ସୁରକ୍ଷା ବ୍ୟବସ୍ଥା ତଦାରଖ କରିବାକୁ ବରିଷ୍ଠ ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଥିବାବେଳେ, ୧୦ ହଜାର ପୋଲିସ କର୍ମୀ ଦିଲ୍ଲୀର ସୁରକ୍ଷା ଦାୟିତ୍ୱରେ ରହିବେ ।ଅଗଷ୍ଟ ୧୩ ତାରିଖ ମଧ୍ୟରାତ୍ରିରୁ ଦିଲ୍ଲୀରେ ଭାରିଯାନଙ୍କର ପ୍ରବେଶ ବାରଣ କରିଦିଆଯାଇଛି । ସୀମା ଉପରେ ମଧ୍ୟ ତୀକ୍ଷଣ ନଜର ରଖାଯାଇଛି ।