ପ୍ରଦର୍ଶନୀ ପଡ଼ିଆରେ ଚାଲିଛି ଫୁଲଡ୍ରେସ୍ ରିହରସାଲ

ଭୁବନେଶ୍ୱର,୧୩/୦୮: ଆଉ ଗୋଟିଏ ଦିନ ଗଲେ ମଙ୍ଗଳବାର ସାରା ଦେଶରେ ପାଳିତ ହେବ ୭୭ତମ ସ୍ୱାଧୀନତା ଦିବସ। ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ମଧ୍ୟ ସ୍ୱାଧୀନତା ଦିବସ ପାଳିତ ହେବା ନେଇ ପ୍ରସ୍ତୁତି ଜୋରଦାରରେ କରାଯାଇଛି। ଏହାରିମଧ୍ୟରେ ଆଜି ଫୁଲଡ୍ରେସ୍ ରିହରସାଲ କରାଯାଇଛି।ଆଜି ପରେଡ୍ ରିହରସାଲରେ ସାମିଲ ହୋଇଥିଲେ ପୁଲିସ ଡିଜି ସୁନୀଲ ବଂଶଲ। ସେ କହିଛନ୍ତି ଯେ ସ୍ୱାଧୀନତା ଦିବସ ପାଇଁ ସାରା ରାଜ୍ୟରେ ବ୍ୟାପକ ବ୍ୟବସ୍ଥା ହୋଇଛି। ମାଓ ଅଧ୍ୟୁଷିତ ଅଞ୍ଚଳକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ରାଜ୍ୟସ୍ତରୀୟ ପରେଡରେ ଅଭିବାଦନ ଗ୍ରହଣ କରିବାକୁଥିବାରୁ ୧୫ ପ୍ଲାଟୁନ ଫୋର୍ସ ମୁତୟନ ହେବେ ବୋଲି କହିଛନ୍ତି ପୁଲିସ କମିଶନର।