ସ୍କୁଲ ଘର ଉପରେ ବଜ୍ରାଘାତ, ୧୭ଛାତ୍ରଛାତ୍ରୀ ଗୁରୁତର

ଭୁବନେଶ୍ୱର,୧୨/୦୮: କେନ୍ଦ୍ରାପଡା ପାଟକୁରାରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍କୁଲ ଘର ଉପରେ ବଜ୍ରାଘାତ ହୋଇଛି। ବଜ୍ରାଘାତ ଯୋଗୁଁ ୧୭ ଛାତ୍ରଛାତ୍ରୀ ଗୁରୁତର ହୋଇପଡିଛନ୍ତି। ସୂଚନାଯୋଗ୍ୟ ଯେ କୁଦାନଗରୀ ଓଡିଶା ଆଦର୍ଶ ବିଦ୍ୟାଳୟ ଉପରେ ବଜ୍ରାଘାତ ହୋଇଛି । ଗୁରୁତର ପିଲାଙ୍କୁ ପାଟକୁରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।