ରାଜ୍ୟକୁ କାଲି ଆସିବ ଦ୍ବିତୀୟ ପର୍ଯ୍ୟାୟ କୋଭିଡ୍‌ ଟିକା

ଭୁବନେଶ୍ୱର, ୧୮/୧: ରାଜ୍ୟକୁ କାଲି ଆସିବ ଦ୍ବିତୀୟ ପର୍ଯ୍ୟାୟ କୋଭିଡ୍‌ ଟିକା । ଆଉ ୩ ଲକ୍ଷ ୩୪ ହଜାର ୫୦୦ କୋଭିସିଲ୍‌ଡ ଟିକା ଆସିବା ନେଇ ସୂଚନା ରହିିିଛି। ସ୍ବାସ୍ଥ୍ୟକର୍ମୀଙ୍କ କୋଭିଡ୍‌ ଟିକାକରଣ ପାଇଁ ଅଣାଯାଉଛି ଟିକା । ରାଜସ୍ବ ବିଭାଗର ଅଗ୍ରଣୀ କର୍ମୀଙ୍କୁ ବି ଦିଆଯିବ କୋଭିଡ୍‌ ଟିକା । ଜାନୁଆରି ୨୫ ସୁଦ୍ଧା ରାଜସ୍ବ କର୍ମଚାରୀଙ୍କ ତାଲିକା ପ୍ରସ୍ତୁତି ପାଇଁ ନିର୍ଦେଶ ଦିଆଯାଇଛି। ଏନେଇ ସବୁ ଜିଲ୍ଲାକୁ ନିର୍ଦେଶ ଦେଇଛିି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ।