ଆଇନରେ ପରିଣତ ହେଲା ଦିଲ୍ଲୀ ବିଲ୍, ମିଳିଲା ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ନୂଆଦିଲ୍ଲୀ,୧୨/୦୮: ଆଇନରେ ପରିଣତ ହେଲା ଦିଲ୍ଲୀ ବିଲ୍ । ଏହି ବିଲକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିଛି। ଭାରତ ସରକାର ଏନେଇ ଅଧିସୂଚନା ଜାରି କରିଛନ୍ତି । ଦିଲ୍ଲୀ ସେବା ବିଲକୁ ରାଷ୍ଟ୍ରପତି ମଂଜୁୁରୀ ଦେବା ପରେ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର ଦିଲ୍ଲୀ ସରକାର ଅଧିନିୟମ ୨୦୨୩କୁ ଲାଗୁ କରିବାକୁ ନୋଟିଫିକେସନ୍ ଜାରି କରିଥିବା ସୂଚନା ରହିଛି । ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଥିବା ବିଲ୍‌ ମଧ୍ୟରେ ରହିଛି ଡିଜିଟାଲ୍‌ ପର୍ସଲାନ୍‌ ଡାଟା ପ୍ରୋଟେକ୍ସନ୍‌ , ଦି ରେଜିଷ୍ଟ୍ରେସନ୍‌ ଅଫ୍‌ ବାର୍ଥସ୍‌ ଆଣ୍ଡ୍‌ ଡେଥ୍‌ସ୍‌ , ଦି ଜନ ବିଶ୍ବାସ ‌ଏବଂ ଗଭର୍ଣ୍ଣମେଣ୍ଟ୍‌ ଅଫ୍‌ ନ୍ୟାସ୍‌ନାଲ୍‌ କ୍ୟାପିଟାଲ୍‌ ଟେରିଟରି ଅଫ୍‌ ଡେଲି ବିଲ୍‌। ରାଷ୍ଟ୍ରପତିଙ୍କ ସ୍ବାକ୍ଷର ପାଇବା ପରେ ଏ ସବୁ ଏବେ ଆଇନରେ ପରିଣତ ହୋଇଛି।