ଆଜି ୧୧ ଜିଲ୍ଲାକୁ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର,୧୨/୦୮: ରାଜ୍ୟରେ ଏବେ ଖରା ଗରମ ରହିଛି। କିନ୍ତୁ ଆସନ୍ତା ଦୁଇ ଦିନ ଘଡଘଡି ସହ ବର୍ଷା ହେବାର ଆଶଙ୍କା ରହିଛି। ଆଜି ୧୧ ଜିଲ୍ଲାକୁ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏସବୁ ଜିଲ୍ଲାଗୁଡିକ ହେଉଛି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, କେନ୍ଦୁଝର, ମୟୁରଭଞ୍ଜ, ଢେଙ୍କାନାଳ, କନ୍ଧମାଳ ଓ ବୌଦ୍ଧ ।ଏହି ଜିଲ୍ଲା ଗୁଡିକରେ ବର୍ଷା ସହ ବିଜୁଳି, ଘଡଘଡି ମାରିବା ନେଇ ଆଳକନ କରାଯାଇଛି । ସେହିପରି ଆସନ୍ତାକାଲି ଅର୍ଥାତ୍ ରବିବାର ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । କେନ୍ଦୁଝର, ମୟୁରଭଞ୍ଜ, ସୁନ୍ଦରଗଡ଼, ବାଲେଶ୍ୱର, ଭଦ୍ରକ, ଯାଜପୁର, କୋରାପୁଟ, ମାଲକାନଗିରି, ଗଜପତି, ରାୟଗଡ଼ାରେ ବର୍ଷା ହେବାର ସମ୍ଭାବନା ରହିଛି।