ମୋ ପିଲାର ବାପା ଦିନେଶ : ଦୀପିକା

ଭୁବନେଶ୍ୱର,୧୧/୦୮: ବହୁ ଚର୍ଚ୍ଚା ରେ ଥିବା ଦିପିକା-ଦିନେଶଙ୍କ ଡିଏନଏ ରିପୋର୍ଟ ଆସିଛି। ଜନ୍ମିତ ଶିଶୁର ବାୟୋଲୋଜିକାଲ ପ୍ୟାରେଣ୍ଟ ଦିନେଶ ଓ ଦିପିକା ବୋଲି ରିପୋର୍ଟରେ ସ୍ପଷ୍ଟ ଉଲ୍ଲେଖ ରହିଛି । ଗତକାଲି ଥାନାରୁ ସାର୍ଟିଫାଏଡ଼ କପି ଆଣିଥିଲେ ଦୀପିକା । ୨୦୨୨ରେ ଏହି ତଥ୍ୟ ରାଜ୍ୟ ଫରେନ୍ସିକ୍ ଲାବ ପକ୍ଷରୁ ପ୍ରସ୍ତୁତ କରାଯାଇଛି ।୨୦୨୧ରେ ହୋଇଥିବା ମାମଲା ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ଟାଉନ ଥାନା ପକ୍ଷରୁ ଦିଆଯାଇଥିଲା । ୨୦୨୨ରେ ଏହି ରିପୋର୍ଟକୁ ଏସ.ଏଫ.ଏସ.ଏଲ ଏସଡିଜେଏମ କୋର୍ଟ ଓ ବ୍ରହ୍ମପୁର ଏସପିଙ୍କୁ ପ୍ରଦାନ କରିଥିଲା । ସ୍ତ୍ରୀର ମାନ୍ୟତା ଦାବି କରି ଶିଶୁ ପୁତ୍ରକୁ ଧରି ଦୀର୍ଘ ଦିନ ହେଲା ଶାଶୁ ଘର ଆଗରେ ଧାରଣାରେ ବସିଥିଲେ ବ୍ରହ୍ମପୁରର କେ. ଦୀପିକା ।