ସଫଳତାପୂର୍ବକ ଲଞ୍ଚ କଲା ଋଷ ନିଜର ମୁନ୍ ମିଶନ୍ ଲୁନା-୨୫

ଭୁବନେଶ୍ୱର,୧୧/୦୮: ଋଷ ନିଜର ମୁନ୍ ମିଶନ୍ ‘ଲୁନା-୨୫’ ସଫଳତାପୂର୍ବକ ଲଞ୍ଚ କରିଛି । ଏହି ମିଶନ ଭାରତର ଚନ୍ଦ୍ରଯାନ-୩ ପରେ ଉତକ୍ଷେପଣ କରାଯାଇଥିଲେ ବି ପ୍ରଥମେ ଯାଇ ଚନ୍ଦ୍ରରେ ପହଞ୍ଚିବ ବୋଲି ଋଷର ବୈଜ୍ଞାନିକଙ୍କ ପକ୍ଷରୁ କୁହାଯାଇଛି । । ଗତକାଲି ରୁଷର ‘ସ୍ପେସ୍‌ପୋର୍ଟ’ରୁ ମଧ୍ୟମଧରଣର ‘ରୋବୋଟିକ୍‌ ଲ୍ୟାଣ୍ଡର୍‌’ ‘ଲୁନା-୨୫’କୁ ନେଇ ଗୋଟାଏ ରକେଟ୍‌ ପୃଥିବୀ ପରିକ୍ରମଣ ପାଇଁ ମହାକାଶକୁ ଯାତ୍ରା କରିଛି। ଏହା ଚନ୍ଦ୍ରର ସାଉଥ୍ ପୋଲାରରେ ଅବତରଣ କରିବାକୁ ଉଦ୍ୟମ କରିବ। ଚନ୍ଦ୍ରର ସେ ଭାଗରେ ଥିବା ‘ଜଳ ବରଫ’ ଅନେକ ମହାକାଶ କାର୍ୟ୍ୟକ୍ରମର ଧ୍ୟାନ ଆକର୍ଷଣ କରିଛି।

ଭୋସ୍ତୋଚ୍ନି ଲଞ୍ଚପ୍ୟାଡ୍‌ରୁ ଲୁନା-୨୫କୁ ନେଇ ସୋୟୁଜ୍‌ ରକେଟ୍‌ ମହାକଶ ଯାତ୍ରା ଆରମ୍ଭ କରିଥିଲା। ଚନ୍ଦ୍ରରେ ପହଞ୍ଚିବା ପାଇଁ ଏହା ଅଗଷ୍ଟ ୧୬ ତାରିଖ ଦିନ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିବ ଓ ଅଗଷ୍ଟ ୨୧ ତାରିଖରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ।