ଚନ୍ଦ୍ରର ଅତି ନିକଟତର ହେଲା ଚନ୍ଦ୍ରଯାନ

ନୂଆଦିଲ୍ଲୀ,୯/୮:  ଆଜି ଜହ୍ନର ସବୁଠୁ ନିକଟ ୧୭୪ କିଲୋମିଟର ଦୂର କକ୍ଷପଥରେ ବୁଲୁଛି ଚନ୍ଦ୍ରଯାନ । ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଏନେଇ ଟୁଇଟ କରି ସୂଚନା ଦେଇଛି । ଏବେ ଚନ୍ଦ୍ରଯାନ ୧୭୪ କିଲୋମିଟରରୁ–୧୪୩୭ କିଲୋମିଟର ଦୂର ଚନ୍ଦ୍ରର କକ୍ଷ ପକ୍ଷରେ ଘୁରୁଛି ଚନ୍ଦ୍ରଯାନ । ଆସନ୍ତା ଅଗଷ୍ଟ ୧୪ରେ ଚନ୍ଦ୍ରର ଆହୁରି ନିକଟତର ହେବ ଚନ୍ଦ୍ରଯାନ-୩ । ଏହିପରି ଭାବେ ଅଗଷ୍ଟ ୨୩ରେ ଚନ୍ଦ୍ରପୃଷ୍ଠରେ ସପ୍ଟ ଲ୍ୟାଣ୍ଡିଂ କରିବ ଚନ୍ଦ୍ରଯାନ-୩ । ଆଗାମୀ ଦୁଇ ସପ୍ତାହ ଚନ୍ଦ୍ରଯାନ-୩ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ।