ଭାରତଠୁ ଲଢୁଆ ବିମାନ ଓ ମିସାଇଲ୍ କିଣିବ ଆମେରିକାର ପଡୋଶୀ ରାଷ୍ଟ୍ର

ନୂଆଦିଲ୍ଲୀ,୯/୮:ଆମେରିକାର ପଡୋଶୀ ରାଷ୍ଟ୍ର ଭାରତଠୁ ଅସ୍ତ୍ରଶସ୍ତ୍ର କିଣିବାକୁ ଯାଉଛି । ଭାରତ ନିର୍ମିତ ଦୁନିଆର ସବୁଠୁ ହାଲୁକା ଲଢୁଆ ବିମାନ ତେଜସ୍ ଓ ଆଖିପିଛୁଳାକେ ଆକ୍ରମଣ କରିପାରୁଥିବା ବ୍ରହ୍ମୋସ ମିସାଇଲକୁ କିଣିବାକୁ ଚାହୁଁଛି ଆମେରିକାର ପଡୋଶୀ ରାଷ୍ଟ୍ର ଆର୍ଜେଣ୍ଟିନା ।

ଆର୍ଜେଣ୍ଟିନାର ପ୍ରତିରକ୍ଷା ମନ୍ତ୍ରୀ ଗତ ମାସରେ ଭାରତ ଗସ୍ତରେ ଆସିଥିଲେ । ଏହି ସମୟରେ ସେ ବହ୍ମୋସ ଓ ତେଜସ୍ ନିର୍ମାଣ କେନ୍ଦ୍ରର ପରିଦର୍ଶନ କରିଥିଲେ । ଆଉ ଦୁନିଆର ସବୁଠୁ ଘାତକ ମିସାଇଲକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେ କହିଥିଲେ କି, ତାଙ୍କ ଦେଶ ଭାରତ ଠାରୁ ବହ୍ମୋସ ଏବଂ ତେଜସ୍ ସହିତ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର କିଣିବାକୁ ଚାହୁଁଛି । ଯେଉଁଥିରେ ହେଲିକପ୍ଟର, ଲଢୁଆ ବିମାନ, ମିସାଇଲ୍, ରାଇଫଲ୍, ଲଢୁଆ ଟ୍ୟାଙ୍କ୍ ଏବଂ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ସାମିଲ ରହିଛି ।