ଦିଲ୍ଲୀ ଏମ୍ସରେ ଭୟାବହ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ,୭/୮: ଦିଲ୍ଲୀ ଏମ୍ସରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଣ୍ଡୋସ୍କୋପି ରୁମରେ ଲାଗିଛି ନିଆଁ । ଦିନରେ ହଠାତ୍ ନିଆଁ ଲାଗି ଯାଇଥିଲା । ନିଆଁ ଲାଗିବା ଖବର ଜଣାପଡ଼ିବା ପରେ ତୁରନ୍ତ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚିଥିଲା । ପ୍ରଥମେ ୬ଟି ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଏହା ପରେ ଆଉ ଦୁଇଟି ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରୁଛନ୍ତି । ଘଟଣା ପରେ ତୁରନ୍ତ ରୋଗୀଙ୍କୁ ଏମରଜେନ୍ସି ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା । ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ ।