ରାଜ୍ୟରେ ଆଜି ୧୮୩ ଜଣ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର, ୧୭/୧ (ଦି ପ୍ରଗତି ନ୍ୟୁଜ): ବର୍ତ୍ତମାନ କ୍ରମାଗତ ଭାବେ କିଛି ଦିନ ହେବ ରାଜ୍ୟରେ ସଂକ୍ରମଣ ସଂଖ୍ୟା କମି କମି ଚାଲିଛି । ସେହିପରି ଆଜି ମଧ୍ୟ ୨୩ ଜିଲ୍ଲାରୁ ୧୮୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୧୮୩ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୦୬ ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୭୭ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩୩୩୧୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୨୦, ବାଲେଶ୍ୱରରୁ ୬, ବରଗଡ଼ରୁ ୧୦, ଭଦ୍ରକ ରୁ ୧, ବଲାଙ୍ଗୀର ରୁ ୩, ବୌଦ୍ଧରୁ ୧, କଟକରୁ ୭, ଦେଓଗଡ଼ରୁ ୨, ଗଜପତିରୁ ୩, ଗଞ୍ଜାମରୁ ୧, ଯାଜପୁରରୁ ୭, ଝରସୁଗୁଡ଼ାରୁ ୧୧, କଳାହାଣ୍ଡି ରୁ ୧, କନ୍ଧମାଳରୁ ୧, କେନ୍ଦ୍ରାପଡା ରୁ ୪, କେନ୍ଧୁଝର ରୁ ୩, ଖୋର୍ଦ୍ଧା ରୁ ୧୯,  ମୟୁରଭଞ୍ଜରୁ ୮, ନୟାଗଡ଼ରୁ ୧, ନୂଆପଡ଼ାରୁ ୧୮, ପୁରୀରୁ ୧୩, ସମ୍ବଲପୁରରୁ ୧୯, ସୁନ୍ଦରଗଡ଼ରୁ ୧୮ ଜଣ ଚିହ୍ନଟ ହୋଇଛନ୍ତି ।