ପାକିସ୍ତାନରେ ଟ୍ରେନ ଦୁର୍ଘଟଣା, ୭ମୃତ

ନୂଆଦିଲ୍ଲୀ,୫/୮: ପାକିସ୍ତାନରେ ବଡ଼ ଧରଣର ଟ୍ରେନ ଦୁର୍ଘଟଣା ଘଟିଛି। ସହରା ଷ୍ଟେସନ ନିକଟରେ କରାଚିରୁ ରାୱଲପିଣ୍ଡି ଯାଉଥିବା ହଜାରା ଏକ୍ସପ୍ରେସ ୭ଟି ବଗି ଲାଇନଚ୍ୟୁତ ହୋଇଛି। ଯାହାଫଳରେ ୭ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ୫୦ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଏହି ଘଟଣାରେ ମୃତକଙ୍କ ସଂଖ୍ୟା ବଢିବାର ଆଶଙ୍କା ରହିଥିବା ସୂଚନା ରହିଛି । ଏନେଇ ଆହୁରି ଅଧିକ କିଛି ସୂଚନା ମିଳିପାରିନାହିଁ ।