ମଣିପୁର ହିଂସାରେ ମୃତ୍ୟୁ ସଂଖ୍ୟା ୬ ଜଣଙ୍କୁ ବୃଦ୍ଧି

ନୂଆଦିଲ୍ଲୀ,୫/୮:  ମଣିପୁର ହିଂସାରେ ମୃତ୍ୟୁ ସଂଖ୍ୟା ୬ ଜଣଙ୍କୁ ବୃଦ୍ଧି ପାଇଛି। ଏହାସହ ୧୬ ଜଣ ଆହତ ହୋଇଥିବା ଜଣାପଡିଛି । ପୁଣିଥରେ ମଣିପୁରରେ ହିଂସା ଯୋଗୁଁ ଇମ୍ପାଲ ଓ ପଶ୍ଚିମ ଇମ୍ପାଲ ଜିଲ୍ଲାରେ କର୍ଫ୍ୟୁ କଡ଼ାକଡ଼ି କରାଯାଇଛି । ଦୁଇ ସମୁଦାୟ କୁକି ଓ ମୈତେଇ ମଧ୍ୟରେ ବିବାଦ ପୁଣିଥରେ ବୃଦ୍ଧି ପାଇଥିବ ଜଣାପଡିଛି । କୁକି ସମୁଦାୟର ଲୋକଙ୍କ ଘରକୁ ନିଆଁ ଲଗାଇ ଦେଇଛନ୍ତି ଉପଦ୍ରବକାରୀ । କିଛି ଲୋକ ବିଷ୍ଣୁପୁର କୱକଟାରେ ଭାରତୀୟ ସେନା ଦ୍ୱାରା ପ୍ରସ୍ତୁତ ସମ୍ବେଦନଶୀଳ ଅଞ୍ଚଳରେ ପ୍ରବେଶ କରିଥିଲେ । ଅନ୍ୟପଟେ ଦୁର୍ବୃତ୍ତମାନେ ଅସ୍ତ୍ରାଗାରରେ ପଶି ୨୯୮ ରାଇଫଲ, ୧୬ ପିସ୍ତଲ, ୨୫ ବୁଲେଟ ଫ୍ରୁପ୍ ଜ୍ୟାକେଟ୍, ୧୨୪ ଗ୍ରେନେଡ଼ ଆଦି ବହୁ ଅସ୍ତ୍ର ସମେତ ୧୯ ହଜାରୁ ଅଧିକ ଗୁଳି ଲୁଟି ନେଇଛନ୍ତି ।