ଚନ୍ଦ୍ରର କକ୍ଷପଥରେ ପ୍ରବେଶ କଲା ଚନ୍ଦ୍ରଯାନ-୩

ନୂଆଦିଲ୍ଲୀ,୫/୮: ଚନ୍ଦ୍ରଯାନ-୩ ମିଶନକୁ ନେଇ ଆସିଲା ଖୁସିଖବର । ଚନ୍ଦ୍ରଯାନ-୩ ଏବେ ଚନ୍ଦ୍ରର କକ୍ଷପଥରେ  ପ୍ରବେଶ କରିସାରିଛି । ଚନ୍ଦ୍ରପୃ୍ଷ୍ଟରେ ଚନ୍ଦ୍ରଯାଦ ପହଂଚିବା ଏହି ମିଶନର ଏକ ବଡ ସଫଳତା ବୋଲି କୁହାଯାଇଛି । ଏବେ ଅଗଷ୍ଟ ୨୩ ତାରିଖରେ ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଟରେ ଅବତରଣ କରିବ ବୋଲି ଧାର୍ଯ୍ୟ କରାଯାଇଛି । ଅଗଷ୍ଟ ପହିଲାରେ ଏହି ମହାକାଶଯାନ ଟ୍ରାନ୍ସ ଲୁନାର ଇଂଜେକସନ ଜରିଆରେ ୨୮୮ କିମି ଇନ ଟୁ ୩.୭ ଲକ୍ଷ କିଲୋମିଟର କକ୍ଷପଥ ହାସଲ କରି ଚନ୍ଦ୍ରରେ ପ୍ରବେଶ କରିଥିଲା ।