ପୁଣି ଗିରଫ ହେଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍

ନୂଆଦିଲ୍ଲୀ,୫/୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ପୁଣି ଗିରଫ ହୋଇଛନ୍ତି। ତୋଷଖାନା ମାମଲାରେ ଇମ୍ରାନଙ୍କୁ କୋର୍ଟ ୩ବର୍ଷ ଦଣ୍ଡାଦେଶ ଦେଇଛନ୍ତି। ଏହା ପରେ ଲାହୋରସ୍ଥିତ ବାସଭବନରୁ ତାଙ୍କୁ ଗିରଫ କରିଛି ପାକିସ୍ତାନ ପୋଲିସ ।  ଇସଲାମାବାଦର ଏକ ତଳ କୋର୍ଟ ତୋଷଖାନା ମାମଲାର ଶୁଣାଣି କରି ଇମ୍ରାନଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଦଣ୍ଡବିଧାନ କରିଛନ୍ତି । ଅଦାଲତ ଇମ୍ରାନଙ୍କୁ ୩ବର୍ଷ ଦଣ୍ଡାଦେଶ ସହ ୧ଲକ୍ଷ ଟଙ୍କା ଜରିମାନା କରିଛନ୍ତିି । ତେବେ ଜରିମାନା ଆଦାୟ ହୋଇନପାରିଲେ ସେ ଆଉ ୬ମାସ ଜେଲରେ ରହିବେ ।