ଜାତୀୟ ରାଜପଥର ୨ଟି ବଡ଼ ପ୍ରକଳ୍ପର ଲୋକାର୍ପଣ କଲେ ଅମିତ ଶାହ

ଭୁବନେଶ୍ୱର,୫/୮: ଦୁଇ ଦିନିଆ ଓଡିଶା ଗସ୍ତରେ ଅଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଆଜି ଲୋକସେବା ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜାତୀୟ ରାଜପଥର ୨ଟି ବଡ଼ ପ୍ରକଳ୍ପର ସେ ଲୋକାର୍ପଣ କରିଛନ୍ତି। ଏନଏଚ-୫୩ରେ କାମାକ୍ଷାନଗର-ଡ଼ୁବୁରିକୁ ୪ଲାଇନ୍ ବିଶିଷ୍ଟ ରାସ୍ତ ପ୍ରକଳ୍ପର ଉଦଘାଟନ ହୋଇଛି । ଏହି ସହ କଳାହାଣ୍ଡି କୋକସରା ବ୍ଲକର ମୋଟେରୁ ଠାରୁ ବାନେର ପର୍ଯ୍ୟନ୍ତ ଭାୟା ଲଡ଼ୁଗାଁ ରାସ୍ତାର ସୁଦୃଢିକରଣ ଓ ସମ୍ପ୍ରସାରଣ ପ୍ରକଳ୍ପର ଉଦଘାଟନ କରଛନ୍ତି ଅମିତ୍ ଶାହ ।

ପ୍ରକଳ୍ପ ଉଦଘାଟନ ପରେ ଅମିତ ଶାହା ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି । ନକ୍ସଲ ମୁକାବିଲା ମୁକାବିଲା କ୍ଷେତ୍ରରେ ଓଡ଼ିଶା ସଫଳ ହୋଇପାରଥିବା କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି । ଏହାସହ ବିପର୍ଯ୍ୟୟ ପରିଚାଳନା ନେଇ ମଧ୍ୟ ରାଜ୍ୟ ସରକାରଙ୍କୁ ଶାହା ସାବାସୀ ଦେଇଛନ୍ତି । ସେ କହିଛନ୍ତି ବିପର୍ଯ୍ୟୟ ପରିଚାଳନା ଓ ମୁକାବିଲା କ୍ଷେତ୍ରରେ ଓଡ଼ିଶା ଦେଶର ଅନ୍ୟ ରାଜ୍ୟଙ୍କ ପାଇଁ ମାର୍ଗଦର୍ଶକ ପାଲଟିଛି । ଏହାସହ ନବୀନଙ୍କୁ ସମ୍ବୋଧନ କଲା ବେଳେ ଶାହା ତାଙ୍କୁ ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ବୋଲି କହିଛନ୍ତି । ସେହିପରି ଓଡ଼ିଶା କିପରି ସହଯୋଗ କରି ଆସିଛି, ସେ ବିଷୟରେ ମଧ୍ୟ ଶାହା କହିଛନ୍ତି ।