ସୁବ୍ରତ ବାଗଚୀଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ୱର, ୪/୦୮: ସୁବ୍ରତ ବାଗଚୀଙ୍କୁ ମିଳିଛି ନୂଆ ଦାୟିତ୍ୱ । ଆନୁଷ୍ଠାନିକ ଦକ୍ଷତା ବିକାଶ ପାଇଁ ମୁଖ୍ୟ ଉପଦେଷ୍ଟା ଭାବେ ସୁବ୍ରତ ବାଗଚୀଙ୍କୁ ଦାୟିତ୍ୱ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି । ପୂର୍ବରୁ ସେ ରାଜ୍ୟ ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇଥିଲେ । କିଛି ଦିନ ତଳେ ବ୍ୟକ୍ତିଗତ କାରଣ ଦର୍ଶାଇ ଏହି ପଦରୁ ସେ ଇସ୍ତଫା ଦେଇଥିଲେ । ତାଙ୍କୁ ପୁଣିଥରେ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ସହ ନୂଆ ନିଯୁକ୍ତି ଦିଆଯାଇଛି ।