ମୁଣ୍ଡଳିରେ ହ୍ରାସ ପାଉଛି ଜଳ ପ୍ରବାହ

ଭୁବନେଶ୍ୱର,୪/୮: ମୁଣ୍ଡଳି ଠାରେ ହ୍ରାସ ପାଉଛି ଜଳ ପ୍ରବାହ । ଗତକାଲି ୯ ଲକ୍ଷ ୧୮ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଥିବା ବେଳେ ଆଜି ୮ ଲକ୍ଷ ୬ ହଜାର ୧୪ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ଖଇରିମାଳ ନିକଟରେ ୩ ଲକ୍ଷ ୯୦ ହଜାର କ୍ୟୁସେକ୍ ଓ ବରମୂଳରେ ୫ ଲକ୍ଷ ୩୪ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ସ୍ଥିତି ମୁକାବିଲା ପାଇଁ ମହାନଦୀ ତଳମୁଣ୍ଡ ପାଇଁ ୮ ଜଣ ବରିଷ୍ଠ ଯନ୍ତ୍ରୀଙ୍କୁ ନିୟୋଜିତ କରିଛି ଜଳସମ୍ପଦ ବିଭାଗ । ୧୬ ଜିଲ୍ଲାରେ ଉଦ୍ଧାର କାର୍ଯ୍ୟ ପାଇଁ ୧୦୬ଟି ଟିମକୁ ନିୟୋଜିତ କରାଯାଇଛି । ଏଥିରେ ଓଡ୍ରାଫ୍ର ୧୩, ଏନଡିଆରଏଫ୍ ୮ ଓ ଅଗ୍ନିଶମର ୮୫ ଟିମ୍ ରହିଛି । ଲଗାଣ ବର୍ଷା ଓ ବନ୍ୟା ସ୍ଥିତି ଉପୁଜିବାରୁ ୬ ହଜାର ୮୩୪ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି ।