କୁମ୍ଭୀର ଆକ୍ରମଣରେ ଫୁଟବଲ ଖେଳାଳୀ ମୃତ

ନୂଆଦିଲ୍ଲୀ,୩/୮: ନଦୀରେ ପହଁରୁଥିବାବେଳେ ମୃତ୍ୟୁ ମୁଖରେ ପଡିଲେେ ୨୯ବର୍ଷ ବୟସ୍କ ଫୁଟବଲ ଖେଳାଳୀ ଜିସସ ଆଲବର୍ଟ ଲୋପେଜ। ହଠାତ କୁମ୍ଭୀର ଆକ୍ରମଣ କରିବା ପରେ ତାଙ୍କର ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁସାରେ ଖେଳାଳୀଙ୍କୁ ଆକ୍ରମଣ କରିବା ପରେ କିଛି ସମୟ ପାଇଁ ତାଙ୍କୁ ପାଟିରେ ପୁରାଇ ମଝି ନଦୀରେ ଘୁରିବୁଲିଥିଲା କୁମ୍ଭୀର । ପରେ ସ୍ଥାନୀୟ ଲୋକ କୁମ୍ଭୀରକୁ ଗୁଳିମାଡ଼ କରି ଶବ ଜବତ କରିଥିଲେ ।ସୋସିଆଲ ମିଡିଆରେ ଦୁର୍ଘଟଣା ସମୟର ଭିଡିଓ ବେଶ ଭାଇରାଲ ହେଉଛି ।