ମହାନଦୀରେ ମୁଣ୍ଡଳି ଦେଇ ପ୍ରବାହିତ ହେବ ବନ୍ୟାଜଳ, ସତର୍କ ସୂଚନା ଜାରି

ଭୁବନେଶ୍ୱର,୩/୮: ମହାନଦୀରେ ମୁଣ୍ଡଳି ଦେଇ ପ୍ରବାହିତ ହେବ ବନ୍ୟାଜଳ । ମଧ୍ୟାହ୍ନ ୧୨ଟା ସୁଦ୍ଧ ପ୍ରାୟ ୮ ଲକ୍ଷ କ୍ୟୁସେକ୍ ବନ୍ୟା ଜଳ ପ୍ରବାହିତ ହେବ । ଏଥିପାଇଁ ଏସଆରସି ସତର୍କତା ଜାରି କରିଛନ୍ତି । ବନ୍ୟା ଜଳ ପ୍ରବାହିତ ହେଲେ ତଳିଆ ଅଞ୍ଚଳ ପ୍ରବାହିତ ହେବ । ଏହାକୁ ଦୃଷ୍ଟିରେ ରଖି ୭ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ୭ ଜିଲ୍ଲା ହେଲେ ଅନୁଗୁଳ, ନୟାଗଡ, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା । ଏହି ସବୁ ଜିଲ୍ଲାରେ ଯେଉଁଠି ଦୁର୍ବଳ ନଦୀ ବନ୍ଧ ରହିଛି ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।