ଉବୁଟୁବୁ ବ୍ରାହ୍ମଣୀ ନଦୀ, ଖୋଲିଲା ସମଲ ବ୍ୟାରେଜର ୭ଗେଟ

ଭୁବନେଶ୍ୱର,୨/୮: ଲଗାଣ ବର୍ଷାରେ ବ୍ରାହ୍ମଣୀ ନଦୀ ଭୟଙ୍କର ରୂପ ଧାରଣ କରିଛି। ଗତ ଦୁଇଦିନ ଧରି ପ୍ରବଳ ବର୍ଷାହେବା ଦ୍ବାରା କଣିହାଁ ବ୍ଲକରେ ପ୍ରବାହିତ ହେଉଥିବା ବ୍ରାହ୍ମଣୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।  ଶାଖା ନଦୀ ତଥା ଟିକିରା, ଚିଲାଣ୍ଟି, ସମାକୋଇ ଓ ମରଦା, ସିଙ୍ଗିଡ଼ା ନଦୀରେ ପ୍ରବଳ ମାତ୍ରାରେ ବନ୍ୟାଜଳ ଆସିବା ଦ୍ବାରା ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ପାଇଛି। ଫଳରେ ସମଲ ବ୍ୟାରେଜ କର୍ତ୍ତୃପକ୍ଷ ଆଜି ୭ଟି ଗେଟ ଖୋଲି ପାଣିକୁ ନିଷ୍କାସନ  କରୁଥିବା ଜଣାପଡିଛି।