ଥମୁନି ହରିୟାଣା ହିଂସା, ଗଲାଣି ୬ଜୀବନ

ଭୁବନେଶ୍ୱର, ୧/୮: ଦୁଇ ଗୋଷ୍ଠୀଙ୍କ ସଂଘର୍ଷରେ ଥରି ଉଠିଛି  ହରିୟାଣା। ହିଂସା ପ୍ରଭାବିତ ରାଜ୍ୟରେ ନିଆଁ ଲଗାଇଛନ୍ତି ଉପଦ୍ରବକାରୀ । କେବଳ ରାସ୍ତାରେ ଛିଡା ହୋଇଥିବା ଯାନବାହନ ନୁହେଁ ବଂର ଘର ଓ ଶୋ ରୁମ ଭିତରେ ପଶି ମଧ୍ୟ ଲକ୍ଷାଧିକ ଟଙ୍କାର ଯାନବାହନ ପୋଡି ଫେରାର ହୋଇଛନ୍ତି ଦଙ୍ଗାକାରୀ । ୨୪ ଘଂଟା ଭିତରେ  ହରିଆଣା , ମେୱାତ, ସୋହାନ ସହ ଅନେକ ସ୍ଥାନରେ କେବଳ ପୋଡାଜଳାର ଦୃଶ୍ୟ ଦେଖିବାକୁ ମିଳୁଛି । ଏହି ମାମଲାକୁ ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ ମଧ୍ୟ ବିକ୍ଷୋଭର ଶିକାର ହୋଇଥିଲା । ଏହି ଘଟଣାରେ ଏବେ ସୁଦ୍ଧା ୬ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଭଙ୍ଗାରୁଜା, ପୋଡାଜଳା, ପଥରମାଡ ଘଂଟାଘଂଟା ରାସ୍ତା ଅବରୋଧରେ ହରିୟାଣାରେ ଲାଗି ରହିଛି ଊତେଜନା ।