କଲଭର୍ଟ ଭୁଶୁଡି ୫ ମୃତ

ଭୁବନେଶ୍ୱର,୩୧/୦୭: ରାୟଗଡା କଲ୍ୟାଣସିଂହପୁର ଉପରସଜା ନିକଟରେ ଥିବା କଲଭର୍ଟ ଭୁଶୁଡି ପଡିଛି । ଯାହା ଫଳରେ ୫ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୪ ଜଣ ଶିଶୁ ଓ ଜଣେ ୪୫ ବର୍ଷିୟ ବ୍ୟକ୍ତି ଅଛନ୍ତି । କଲର୍ଭଟ ପାଖରେ ଥିବା ପାଣିରେ କିଛି ବ୍ୟକ୍ତି ଗାଧୋଉ ଥିବା ବେଳେ ଏହି ଅଘଟଣ ଘଟିଛି । ଭୁଶୁଡି ଯାଇଥିବା କଲର୍ଭଟ ତଳେ ଚାପି ହୋଇ ଘଟଣାସ୍ଥଳରେ ହିଁ ୫ ଜଣଙ୍କ ଜୀବନ ଯାଇଛି । ସାଂଘାତିକ କଥା ହେଉଛି ଏହି ଦୁର୍ଘଟଣାରେ ବାପ, ପୁଅଙ୍କ ଜୀବନ ଯାଇଛି ।