ଚଳନ୍ତା ଟ୍ରେନରେ ଗୁଳିମାଡ, ୪ ମୃତ

ନୂଆଦିଲ୍ଲୀ,୩୧/୦୭: ଚଳନ୍ତା ଟ୍ରେନରେ ଅଘଟଣ ଘଟିଛି। ଗୁଜୁରାଟରୁ ମୁମ୍ବାଇ ଯାଉଥିବା ଏକ୍ସପ୍ରେସ ଟ୍ରେନରେ ଆରପିଏଫ କନଷ୍ଟେବଳ ଗୁଳିମାଡ କରିବାରୁ ୪ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ପୋଲିସ ସବ ଇନସପେକ୍ଟର ରହିଛନ୍ତି । ଆରପିଏଫର କନଷ୍ଟେବଳ ଚେତନ ସିଂ ଟ୍ରେନ ଭିତରେ ଏହି ଗୁଳିକାଣ୍ଡ କରିଛନ୍ତି । ଏବେ ଜିଆରପି କନଷ୍ଟେବଳଙ୍କୁ ଗିରଫ କରିଛି । ୧୨୯୫୬ ନମ୍ବର ବିଶିଷ୍ଟ ଜୟପୁର-ମୁମ୍ବାଇ ସୁପର ଫାଷ୍ଟ ଏକ୍ସପ୍ରେସ ଟ୍ରେନର ବି-ଫାଇଭ ବଗିରେ ଏହି କାଣ୍ଡ ଘଟିଛି ।ତେବେ କେଉଁ ପରିସ୍ଥିତିରେ ଚେତନ ସିଂହ ଗୁଳିମାଡ କଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ସେହିପରି ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନଙ୍କର ପରିଚୟ ମିଳିପାରି ନାହିଁ ।