୧୦୩ତମ ମନ କି ବାତ କାର୍ଯ୍ୟକ୍ରମକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୩୦/୦୭: ୧୦୩ତମ ମନ କି ବାତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏଥର ଦେଶରେ ହେଉଥିବା ବନ୍ୟା ଓ ଭୂସ୍ଖଳନ ଭଳି ପ୍ରାକୃତିକ ବିପର୍ଯ୍ୟୟକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ମୌସୁମୀ ବର୍ଷାର ଅନିୟମତା, ଦେଶର ଅଧିକାଂଶ ରାଜ୍ୟରେ ହେଉଥିବା ବନ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ । ଏଭଳି ସ୍ଥିତିର ମୁକାବିଲା ସହ ଜଳ ସଂରକ୍ଷଣ, ବୃକ୍ଷ ରୋପଣ ଉପରେ ଗୁରୁତ୍ୱ ମଧ୍ୟ ଦେଇଛନ୍ତି । ଆମେରିକାର ଭାରତର ୧୦୦ରୁ ଅଧିକ ଦୁଲର୍ଭ ଓ ପ୍ରାଚୀନ କଳାକୃତି ଫେରାଇବାକୁ ଯାଉଛି ।  ଏଥିସହ ଦେଶରେ ଚାଲିଥବା ନିଶାମୁକ୍ତି ଅଭିଯାନକୁ ପ୍ରଂଶସା କରିଛନ୍ତି । ଅଗଷ୍ଟମାସରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସହିଦଙ୍କ ଉଦ୍ଦେଶ୍ୟରେ ଆରମ୍ଭ ହେବ ମୋ ମାଟି ମୋ ଦେଶ ଅଭିଯାନ ।