ଚନ୍ଦ୍ରଯାନ-୩ ପରେ ଇସ୍ରୋକୁ ଆଉ ଏକ ସଫଳତା

ନୂଆଦିଲ୍ଲୀ,୩୦/୦୭: ଚନ୍ଦ୍ରଯାନ-୩ ପରେ ଇସ୍ରୋକୁ ଆଉ ଏକ ସଫଳତା । ସିଙ୍ଗାପୁରର ୭ଟି ଉପଗ୍ରହକୁ ମହାକାଶକୁ ପଠାଇଲା ଇସ୍ରୋ । ଶ୍ରୀହରିକୋଟାରୁ ପିଏସଏଲଭି-ସି ୫୬ର ଉତକ୍ଷେପଣ ହୋଇଛି । ୭ଟି ଉପଗ୍ରହ ସହ ଲଞ୍ଚ ହୋଇଛି ପିଏସଏଲଭି-ସି ୫୬ ।  ସିଙ୍ଗାପୁରର ଡିଏସ୍-ଏସଏଆର୍ ସମେତ ୭ଟି ସାଟେଲାଇଟ୍ ଲଞ୍ଚ ହୋଇଛି । ଏହି ସମୟରେ ଇସ୍ରୋ ଚେୟାରମ୍ୟାନ ଏସ୍ ସୋମନାଥ ଓ ଅନ୍ୟ ବରିଷ୍ଠ ବୈଜ୍ଞାନିକମାନେ ଉପସ୍ଥିତ ରହିଥିଲେ ।