T-20 ବିଶ୍ୱକପ ୨୦୨୪ ପାଇଁ କାର୍ଯ୍ୟସୂଚୀ ଘୋଷଣା

ନୂଆଦିଲ୍ଲୀ,୨୯/୦୭: ଆସନ୍ତା ବର୍ଷ ଟି-୨୦ ବିଶ୍ୱକପ ୨୦୨୪ ପାଇଁ କାର୍ଯ୍ୟସୂଚୀ ଘୋଷଣା ହୋଇଛି। ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଖେଳଯିବା ଟୁର୍ଣ୍ଣାମେଣ୍ଟ ।  ଜୁନ ୪ ତାରିଖରୁ ୩୦ ତାରିଖରେ ମଧ୍ୟରେ ଟୁର୍ଣ୍ଣାମେଣ୍ଟ ଆୟୋଜନ କରଯିବ । ମୋଟ ୧୦ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ । ୨୭ ଦିନରେ ମୋଟ ୫୫ଟି ମ୍ୟାଚ ଖେଳାଯିବ । ଗତ ଟି-୨୦ ବିଶ୍ୱକପଠାରୁ ଆଗାମୀ ବିଶ୍ୱକପ ଟିକେ ଭିନ୍ନ ରହିବ । ଏଥର ୧୬ ପରିବର୍ତ୍ତେ ୨୦ ଟି ଦଳ ଟୁର୍ଣ୍ଣାମେଣ୍ଟ ଖେଳିବେ ।ଗତ ଟି-୨୦ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନକୁ ହରାଇ ଚାମ୍ପିଅନ ହୋଇଥିଲା ଇଂଲଣ୍ଡ । ତେବେ ଆଇସିସି ରାଙ୍କି ଅନୁସାରେ ଶ୍ରେଷ୍ଠ ୧୦ ଟିମ ଚୟନ ସରିଛି ।