ମନ୍ତ୍ରୀ ନବଦାସ ହତ୍ୟା ମାମଲା, ଆସିଲା ଗୋପାଳର ପଲିଗ୍ରାଫ ଟେଷ୍ଟ ରିପୋର୍ଟ

ଭୁବନେଶ୍ୱର,୨୮/୦୭: ବହୁଚର୍ଚ୍ଚିତ ମନ୍ତ୍ରୀ ନବଦାସ ହତ୍ୟା ମାମଲାକୁ ନେଇ ଆସିଛି ନୂଆ ତଥ୍ୟ  ।  ଗୋପାଳ ଦାସର ପଲିଗ୍ରାଫ ଟେଷ୍ଟ ରିପୋର୍ଟ ଆସିଛି । ମନ୍ତ୍ରୀଙ୍କ ଲୋକ ଗୋପାଳଙ୍କୁ ଧମକାଇଥିବା ରିପୋର୍ଟରେ ଉଲ୍ଲେଖ ହୋଇଛି । ମନ୍ତ୍ରୀଙ୍କ ଲୋକ ମନୋଜ ବରିହା ଧମକ ଦେଇଥିଲା । ଧମକ ପାଇ ମନ୍ତ୍ରୀଙ୍କୁ ହତ୍ୟା କରିଥିଲେ ଗୋପାଳ । ପଲିଗ୍ରାଫ ଟେଷ୍ଟରେ ମୋଟ ୨୬ଟି ପ୍ରଶ୍ନ ପଚରାଯାଇଥିଲା । ୧୩ଟି ପ୍ରଶ୍ନର ଉତ୍ତରରେ ହିଁ କହିଥିଲା ଗୋପାଳ । ଅନ୍ୟ ୧୩ଟି ପ୍ରଶ୍ନରେ ଗୋପାଳର ଉତ୍ତର ଥିଲା ନା ।